Nation

ଲକ୍ଷ୍ମୀପୁର ଖେରୀ ଘଟଣା ପରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ମୁଖ୍ୟ ଅତିଥି ହେବେତ?

Published

on

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ  ଏବେ ପୁରା ଦେଶରେ ଉତେଜନା ଦେଖା ଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଏବଂ ତାଙ୍କ ପୁଅର ଗିରଫଦାରୀ ଦାବୀରେ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାକୁ ବସିଲାଣି।

ହେଲେ ଆସନ୍ତା କାଲି ଅର୍ଥାତ ଗୁରୁବାର  ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ରାଜ୍ୟ କାରାଗାର ମୁଖ୍ୟମାନଙ୍କ ୭ମ ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଅଜୟ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ହେଲେ ଲକ୍ଷ୍ମୀପୁର ଖେରୀ ଘଟଣାରେ ପୁଅର ସମ୍ପୃକ୍ତି ପରେ ଅଜୟ ମିଶ୍ର ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ନା ନାହିଁ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version