ଲାଞ୍ଜିଗଡ, ୧୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଗୁଣ୍ଡୁରୀ ଅଂଚଳରେ ବାଘ ଆତଙ୍କ ଦେଖାଯାଇଛି । ଗୋଟିଏ ବାଘ ଗୁହାଳରେ ପଶି ଗାଇକୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ, ଜଣେ ବ୍ୟକ୍ତି ଆଜି ସକାଳେ ନିଜ ଗୁହାଳରେ ଏକ ଗାଇ ମରି ପଡିଥିବା ଦେଖିବାକୁ ପାଇଥିଲେ । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ଗ୍ରାମବାସୀମାନେ ଏକ କଲରାପତରିଆ ବାଘ ଗାଇକୁ ମାରି ପକାଇଥିବା ଅଭିଯୋଗ କରିଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ବନବିଭାଗ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି ।