ଅପରାଧ

ଲାଞ୍ଜିଗଡ଼ରେ ଶିଶୁ ବଳି

Published

on

ଲାଞ୍ଜିଗଡ଼ ୧୩/୧୨ : ଲାଞ୍ଜିଗଡ଼ ଅଂଚଳରେ ଶିଶୁ ବଳିକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଲାଞ୍ଜିଗଡ଼ ବାଲିସରା ଗାଁରେ ଏଭଳି ବର୍ବର କାଣ୍ଡ ଘଟିଛି । ଏହି ଗାଁର ସାନ୍ଦୁ ମାଝୀ ଓ ତାଙ୍କ ପତ୍ନୀ ଗତ ରାତିରେ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଇନ୍ଦୁକୁ ଛାଡ଼ି କୋ÷ଣସି କାମରେ ବାହାର ଗାଁକୁ ଯାଇଥିଲେ । ଭାଇ-ଭଉଣୀ ଘରେ ଶୋଇଥିବାବେଳେ ରାତି ଅଧରେ ହଠାତ୍ ଭାଇର ନିଦ ଭାଙ୍ଗି ଯାଇଥିଲା । ପାଖରେ ଦେଖିଲା ବେଳକୁ ଭଉଣୀ ଇନ୍ଦୁ ନଥିଲା । ସେ ପାଖ ପଡ଼ୋଶୀଙ୍କୁ ଡ଼ାକିବା ପରେ ଗାଁ ଲୋକେ ଆଖପାଖ ସ୍ଥାନ ଖୋଜିଥିଲେ ହେଁ ଇନ୍ଦୁର ପତ୍ତା ପାଇନଥିଲେ । ଆଜି ସକାଳୁ ଗ୍ରାମ ନିକଟ ଏକ ରାସ୍ତାରେ ତା’ର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିଲା । ତନ୍ତ୍ର ସାଧନା ପାଇଁ କେହି ପିଲାଟିକୁ ବଳି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version