ଦେଶ ବିଦେଶ

ଲାଲୁଙ୍କ ଜାମିନ୍ ଖାରଜ କଲା ସୁପ୍ରିମକୋର୍ଟ

Published

on

ନୂଆଦିଲ୍ଲୀ ୧୦/୪ : ଚାରା ଘୋଟାଲା ସହ ଜଡିତ ଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦିଆଯାଇଥିବା ଯାଚିକା ଖାରଜ କରିଦିଆଯାଇଛି । ଏହି ଯାଚିକା ଉପରେ ବୁଧବାର ଶୁଣାଣି କରିବାକୁ ଯାଇ ଅଦାଲତ ଯାଚିକାକୁ ଖାରଜ କରିଥିଲେ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ମଙ୍ଗଳବାର ସିବିଆଇ ତରଫରୁ ଲାଲୁ ଯାଦବଙ୍କୁ ବେଲ୍ ନ ଦିଆଯିବା ପାଇଁ ବିରୋଧ କରାଯାଇଥିଲା । ସିବିଆଇ ସୁପ୍ରିମକୋର୍ଟକୁ ଆଫିଡେବିଟ୍ ପ୍ରଦାନ କରି କହିଥିଲେ ଯେ ଲାଲୁ ଡାକ୍ତରଖାନାରେ ରାଜନୈତିକ ଗତିବିଧିକୁ ନେଇ ସଂଚାଳନ କରିଥାନ୍ତି । ସେ ଲୋକସଭାକୁ ଆଖି ଆଗରେ ରଖି ଜମାନତ ମାଗୁଛନ୍ତି । ସେ ମେଡିକାଲ୍ ଆଧାରରେ ବେଲ୍ ମାଗି ଅଦାଲତକୁ ଭୁଆଁ ବୁଲାଉଛନ୍ତି । ସିବିଆଇ ତରଫରୁ ତାଙ୍କୁ ଜାମିନ ନ ମିଳିବା ପାଇଁ କୋର୍ଟରେ ଆପ୍ଲାଏ କରିଥିଲେ । ଯଦି ସବୁ ମାମଲାକୁ ଦେଖାଯାଏ ତେବେ ଲାଲୁଙ୍କୁ ୩ ବର୍ଷ ନୁହଁ ୨୭.୫ ବର୍ଷ ଜେଲ୍ ହେବା ଦରକାର ।

Leave a Reply

Your email address will not be published. Required fields are marked *

Trending

Exit mobile version