ରାଜ୍ୟ

ଲାଲ ବାହିନୀର ଭାରତ ବନ୍ଦ ଆଂଶିକ ସଫଳ

Published

on

ମାଲକାନଗିିିରି ୩୧/୧ : ମାଓବାଦୀଙ୍କ ପକ୍ଷରୁ ପାଳିତ ହେଉଥିବା ପ୍ରତିବାଦ ସପ୍ତାହର ବୁଧବାର ହେଉଛି ଶେଷ ଦିନ । ଆଜିର ଦିନରେ ଲାଲ ବାହିନୀ ପକ୍ଷରୁ ଭାରତ ବନ୍ଦ ଆହ୍ୱାନ ଦିଆଯାଇଥିଲା । ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ । କେବଳ କୋରାପୁଟ, ମାଲକାନଗିରି, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଜୀବନଯାତ୍ରା ସାମାନ୍ୟ ବ୍ୟାହତ ହୋଇଛି । ମାଲକାନଗିରି ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଥିବାବେଳେ ଅନ୍ୟ କୋ÷ଣସି କ୍ଷେତ୍ରରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା । କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ମାଓବାଦୀମାନେ ଗଛ କାଟି ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି । ରାୟଗଡ଼ା ଜିଲ୍ଲାର କୋଟଗଡ଼-ମୁନିଗୁଡ଼ା ରାସ୍ତା ଏବଂ କଳାହାଣ୍ଡି ଜିଲ୍ଲାର ଫିକରକୁପା-ଢ଼େପଗୁଡ଼ା ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version