ଲିବିୟା ୨୦/୪ : ଲିବିୟାରେ ଗୃହଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଲିବିୟାରେ ଶାସନ କରୁଥିବା ଜାତିସଂଘ ସମର୍ଥିତ ସରକାର ଓ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଘମାଘୋଟ ଲଢେଇ ଚାଲିଛି । ସବୁଠାରୁ ବଡ଼ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ କରୁଛନ୍ତି ଖଲିଫା ହପତାର । ତାଙ୍କର ସୈନ୍ୟମାନେ ଗତ ୫ ତାରିଖରୁ ଲିବିୟାର ରାଜଧାନୀ ତ୍ରିପୋଲି ଉପରେ ଅଧିକାର ପାଇଁ ଅଗ୍ରସର ହେଉଛନ୍ତି । ଏହି ଲଢେଇରେ ଏପର୍ୟ୍ୟନ୍ତ ପ୍ରାୟ ୨୦୫ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।
ଏହି ଗୃହଯୁଦ୍ଧ ଫଳରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଦେଶରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି ।ଏସଂପର୍କରେ ଟ୍ଵିଟ କରି କେନ୍ଦ୍ର ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ “ଲିବିୟାରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି ।