ଭୁବନେଶ୍ୱର ୨୩/୨ : ଜଣେ ମହିଳା ଆସୁଥିବା ବେଳେ ବାଇକରେ ଲୁଟେରା ଆସି ସୁନା ଚେନ ଝାମ୍ପିନେବା ସହ ଚମ୍ପଟ ମାରୁଥିବା ବେଳେ ମହିଳା ଜଣକ ତାଙ୍କ ମଧ୍ୟରୁ ଜଣେ ଲୁଟେରାଙ୍କ ଉପରେ ମାଡ଼ି ବସିଛନ୍ତି। ଏହି ଘଟଣାର ରାଜଧାନୀ ଭୁବନେଶ୍ଵରର ରସୁଲଗଡ଼ର ଜିଜିପି କଲୋନୀରେ ଦେଖିବାକୁ ମିଳିଛି ରସୁଲଗଡ଼ ଜିଜିପି କଲୋନୀ ମଳୟ ବିହାରରେ ଜଣେ ମହିଳା ଏକା ଆସୁଥିବା ବେଳେ ଏହାର ସୁଯୋଗ ଦେଖି ବାଇକରେ ଦୁଇଜଣ ଲୁଟେରା ଆସି ସୁନା ଚେନ ଲୁଟ୍ ଉଦ୍ୟମ କରିଥିଲେ । ଦୁଇ ଲୁଟେରା ମହିଳାଙ୍କ ବେକରୁ ଚେନ ଝାମ୍ପିନେଇ ଚମ୍ପଟ ମାରୁଥିବା ବେଳେ ମହିଳା ଜଣକ ତାଙ୍କ ମଧ୍ୟରୁ ଜଣେ ଲୁଟେରାଙ୍କ ଉପରେ ମାଡ଼ି ବସିଲେ । ମହିଳା ଓ ଲୁଟେରାଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ମହିଳା ଆହାତ ହୋଇଛନ୍ତି । ଅନ୍ୟ ଜଣେ ଲୁଟେରା ଫେରାର ହୋଇଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ପୋଲିସ ପହଂଚି ଲୁଟେରାଙ୍କୁ ଗିରଫ କରିବା ସହ ଅନ୍ୟ ଜଣଙ୍କୁ ଖୋଜୁଛି ।