ଭୁବନେଶ୍ୱର ୨୮/୧୨ : ରାଜ୍ୟର ଜନଜାତି ଛାତ୍ରଙ୍କୁ ପୁନର୍ବାର ଷ୍ଟାଇପେଣ୍ଡ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଦାବି କରିଛନ୍ତି । ଶୁକ୍ରବାର ଜିରୋ ଆୱାରରେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଜେନା କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଅନୁଦାନ ବନ୍ଦ କରିବା ଯୋଗୁ ଜନଜାତି ଛାତ୍ରଛାତ୍ରୀଙ୍କ ଯଥେଷ୍ଟ କ୍ଷତି ଘଟୁଛି । ବରଗଡ଼ ସାଂସଦ ପ୍ରଭାସ ସିଂ ଏହି ଦାବିକୁ ସମର୍ଥନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଷ୍ଟାଇପେଣ୍ଡ ବ୍ୟବସ୍ଥାରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଯୋଗାଇଥିବାବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଦେଇଥାନ୍ତି ।