ନୂଆଦିଲ୍ଲୀ: ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ଏକ ହୋଇ ସଂସଦ ଟିଭି ହେବ।
ଟିଭି ଚ୍ୟାନେଲଦ୍ୱୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିଥିବାବେଳେ ପୃଥକ ପୃଥକ ଭାବେ ଲାଇଭ ବିବରଣୀ ଉପସ୍ଥାପନ କରିବେ। ତେବେ ଅନ୍ୟ ସମୟରେ ସଂସଦ ଟିଭିରେ ଉଭୟଙ୍କ କଣ୍ଟେଣ୍ଟ ପ୍ରସାରଣ ହେବ। କମନ କଣ୍ଟେଣ୍ଟକୁ ଲୋକସଭା ଟିଭି ଇଂରାଜୀରେ ଏବଂ ରାଜ୍ୟସଭା ଟିଭି ହିନ୍ଦୀରେ ପ୍ରସାରଣ କରିବେ।
ଲୋକସଭା ଓ ରାଜ୍ୟସଭା ଟିଭିଦ୍ବୟର ମିଶ୍ରଣ ଉପରେ ସୁପାରିଶ ପାଇଁ ଏ ସୂର୍ଯ୍ୟ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଭଳି ପ୍ରସ୍ତାବ ଦେଇଛି।
କମିଟି ରାଜ୍ୟସଭା ଟିଭିର ତାଳକତରା ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟକୁ ଖାଲିକରି ପାର୍ଲିଆମେଣ୍ଟର ହଉସ ବା ମହାଦେବ ରୋଡ଼ରେ ଥିବା ଲୋକସଭା ଟିଭିର କାର୍ଯ୍ୟାଳୟକୁ ଉଠିଗଲେ ଘରଭଡା ବାବଦ ଅର୍ଥ ସଞ୍ଚୟ ହୋଇପାରିବ ବୋଲି ମତ ଦେଇଛି।
ଲୋକସଭା ଟିଭି ୨୦୦୬ରେ ଲୋକସଭା ଦ୍ୱାରା ଏବଂ ରାଜ୍ୟସଭା ଟିଭି ୨୦୧୧ ରେ ରାଜ୍ୟସଭା ଦ୍ୱରା ଅରମ୍ଭ କରାଯାଇଥିଲା। ଲୋକସଭା ଟିଭିର ମୁଖ୍ୟ ଲୋକସଭା ବାଚସ୍ପତି ଥିବାବେଳେ, ରାଜ୍ୟସଭା ଟିଭିର ମୁଖ୍ୟ ରାଜ୍ୟସଭା ଅଧ୍ୟକ୍ଷ ଅଛନ୍ତି।