ରାଜ୍ୟ

ଲୋୟରପିଏମଜିରେ କୁଡୁମି ସେନା – ପୋଲିସ ଧସ୍ତାଧସ୍ତି

Published

on

ଭୁବନେଶ୍ୱର ୭/୧୨ : ଶୁକ୍ରବାର ଲୋୟରପିଏମ୍ଜିରେ କୁଡ଼ୁମି ସେନା ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସର ହସ୍ତକ୍ଷେପ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେଠାରୁ କୁଡ଼ୁମି ସେନା ସଭାପତିଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଇ ଯାଉଥିବାବେଳେ ସେନାର ସଦସ୍ୟମାନେ ଗାଡ଼ିକୁ ଘେରି ଯାଇଥିଲେ । ସେଠାରେ ଉଭୟପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିକ୍ଷୋଭକାରୀମାନେ ପୋଲିସ ଗାଡ଼ିରୁ ସଂଘ ସଭାପତିଙ୍କୁ ବାହାରକରି ନେଇଆସିଥିଲେ । କୁଡ଼ୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ସେନା ପକ୍ଷରୁ ଲୋୟରପିଏମ୍ଜିରେ ବିକ୍ଷୋଭ କରାଯାଉଥିବାବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version