ଯାଜପୁର ୩/୨ : ଯାଜପୁର ଜିଲ୍ଲାର ଏକ ସ୍କୁଲରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଧୋକା ଦେବା ଅଭିଯୋଗରେ ସମ୍ପୃକ୍ତ ସ୍କୁଲର ଜଣେ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି । ଶିକ୍ଷୟିତ୍ରୀଙ୍କ୍ୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଏହି ଶିକ୍ଷକ ଜଣକ ଦୈହିକ ସମ୍ପର୍କ ରଖିଥିଲେ । ତେବେ ବିବାହ ହେବାକୁ ରାଜି ନ ହେବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ବିରୁଦ୍ଧରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।