ରାଜ୍ୟ

ଶପଥ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନବୀନ

Published

on

ଭୁବନେଶ୍ୱର ୨୭/୫ : ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ସମାରୋହ ହେବାକୁ ଯାଉଛି । ଏହି ସମାରୋହ ବହୁ ରଥି ମହାରଥି ଯୋଗ ଦେବେ । ଶପଥ ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଆସନ୍ତା ମେ ୨୯ ସକାଳ ସାଢ଼େ ୧୦ଟାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ଏଥିଲାଗି ପ୍ରସ୍ତୁତ ହେଉଛି ପ୍ରଦର୍ଶନୀ ପଡ଼ିଆ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ହେଭିୱେଟ୍‌ ନେତାମାନେ ଯୋଗ ଦେବେ । ଶପଥ ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଖାଲି ଏତିକି ନୁହେଁ ସମାରୋହରେ ରାଜ୍ୟ ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହା ସହିତ ସବୁ ଦଳର ବରିଷ୍ଠ ନେତା ଏବଂ ମହିଳା, ଚାଷୀ ଓ କେନ୍ଦୁପତ୍ର ତୋଳାଳୀ ସଂଗଠନକୁ ଡକାଯାଇଛି ।  ସେପଟେ ପ୍ରଦର୍ଶନୀ ପଡ଼ିଆର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୋଲିସ ପ୍ରଶାସନ ଘନ ଘନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version