ଭୁବନେଶ୍ୱର:ଓଡ଼ିଶା ନାଟ୍ୟ ଜଗତର ବହୁ ପ୍ରସୂତ ନାଟ୍ୟକାର ବିଜୟ ମିଶ୍ର ଆଉ ନାହାନ୍ତି । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଜି ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।
ଓଡ଼ିଆ ନାଟ୍ୟ ଜଗତରେ ଉଦ୍ଭଟ ନାଟ୍ୟ ପରମ୍ପରା ଆରମ୍ଭ କରି ନାଟ୍ୟକାର ମନୋରଞ୍ଜନ ଦାସ ବନହଂସୀ ଓ ଅରଣ୍ୟ ଫସଲ ନେଇ ଆସିଥିବା ବେଳେ ନାଟ୍ୟକାର ବିଜୟ ମିଶ୍ରଙ୍କ ଶବ ବାହକମନେ ନାଟକ ଚହଳ ସୃଷ୍ଟି କରିଥିଲା।
ପ୍ରଚୁର ନାଟକ ଲେଖିବାରେ ବିଜୟ ମିଶ୍ର ସିଦ୍ଧହସ୍ତ ଥିଲେ । ପଚାଶରୁ ଉର୍ଦ୍ଧ ନାଟକ ଲେଖି ସେ ଓଡ଼ିଆ ନାଟ୍ୟ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଓଡ଼ିଆ ନାଟ୍ୟ ଜଗତକୁ ସେ ଯେତିକି ନାଟକ ଦେଇଛନ୍ତି ତାହା ଅତୀତରେ କେହି ଦେଇଛନ୍ତି ନା ଭବିଷ୍ୟତରେ କେହି ଦେଇ ପାରିବେ ।
ତାଙ୍କର ନାଟକ ମଧ୍ୟରେ ତଟ ନିରଂଜନା, ଶବ ବାହକ ମନେ, ଏଠି ସେଠି ସବୁଠି, ଜଣେ ରାଜା ଥିଲେ, ଜନନୀ ଆଦି ନାଟକ ବେଶ ଲୋକପ୍ରିୟ ହାସଲ କରିଥିଲା ।
ବୁଦ୍ଧଦେବଙ୍କ ଜୀବନୀ ଆଧାରିତ ତାଙ୍କର ନାଟକ ତଟ ନିରଂଜନା ବହୁ ଭାଷାରେ ଅନୁବାଦ ହୋଇ ଦେଶର ବିଭିନ୍ନ ପ୍ରଦେଶରେ ଅଭିନୀତ ହୋଇ ବେଶ ପ୍ରଶଂସା ସାଉଁଟି ଥିଲା।
ନାଟକ ରଚନା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରଛନ୍ତି।
ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, କଂଗ୍ରେସ ସଭାପତି ନିରଂଜନ ପଟନାୟକ, ଉତ୍କଳ ବିଶ୍ଵ ବିଦ୍ୟାଳୟ ଓଡ଼ିଆ ବିଭାଗର ପର୍ବତନ ମୁଖ୍ୟ ପ୍ରଫେସର ଡ଼. ସଂଘମିତ୍ର। ମିଶ୍ର, ବିଜୟ ମିଶ୍ରଙ୍କ ନାଟକ ଉପରେ ଗବେଷଣା କରୁଥିବା ଅଧ୍ୟାପିକା ଡ଼.ମାନସା ମୋହିନୀ ଦାସ ପ୍ରମୁଖ ଶୋକ ବର୍ତମାନ ଦେଇଛନ୍ତି ।