ଅପରାଧ

ଶଳା ହାତରେ ଭିଣୋଇଙ୍କ ପ୍ରାଣ ଗଲା

Published

on

କଂଟାବାଞ୍ଝି ୨୮ ।୧୧ : ଶଳା ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଂଟାବାଞ୍ଝି ଅଂଚଳର କର୍ଲାବାହାଲି ଗ୍ରାମରେ । କିଛି ପାରିବାରିକ ବିବାଦକୁ ଦେଇ ଉଭୟ ଶଳା-ଭିଣୋଇଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଥିଲା । ଅତୀତରେ ମଧ୍ୟ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ମଙ୍ଗଳବାର ରାତିରେ ସୁଯୋଗ ପାଇ ଶଳା ପିଟିପିଟି ଭିଣୋଇଙ୍କୁ ମାରି ଦେଇଥିଲା । ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version