National

ଶଶି ଥରୁରଙ୍କୁ ହଟାଇବାକୁ ଷଡଯନ୍ତ୍ର

Published

on

ନୂଆଦିଲ୍ଲୀ: ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ପଦରୁ କଂଗ୍ରେସ ନେତା ଶଶି ଥରୁରଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ଆରମ୍ଭ ହୋଇ ଯାଇଛି।

ଶଶି ଥରୁର ଇନଫରମେସନ ଟେକ୍ନୋଲୋଜି (ଆଇଟି) ସମ୍ପର୍କୀତ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ଅଛନ୍ତି। କେତକ ବିବାଦୀୟ ପ୍ରସଙ୍ଗ ଉପରେ କମିଟି ସରକାରଙ୍କ ଠାରୁ ତଥ୍ୟ ମାଗିବ ବୋଲି ମନ୍ତବ୍ୟ ଦେଇ ଥରୁର କମିଟିରେ ଥିବା ବିଜେପି ସଦସ୍ୟମାନଙ୍କ ଶତ୍ରୁ ହୋଇ ପଡ଼ିଥିଲେ। ଵିଶେଷ କରି କମିଟି ଘୃଣା ସମ୍ବାଦକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗରେ ଫେସବୁକକୁ ସମାନ କରିବ କହି ବିଜେପି ସଦସ୍ୟଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବିଜେପିର ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଥରୁରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଦାବି କରିଥିଲେ।

ଷ୍ଟାଣ୍ଡିଙ୍ଗ କମିଟିର ଅବଧି ସେପ୍ଟେମ୍ବର ୧୨ ତାରିଖରୁ ଶେଷ ହେଉଥିବାରୁ ବିଜେପି ସଦସ୍ୟମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି। କମିଟି ପୁନର୍ବାର ଗଠନବେଳେ ଥରୁର କିଭଳି ବାଦ ପଡିବେ ସେଥିପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଏଭଳିକି ଗତ ବୁଧୁବାର ଦିନ ବର୍ତମାନର କମିଟିର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ବିଜେପିର ତିନି ସାଂସଦ ସଭ୍ୟ- ରାଜ୍ୟ ବର୍ଦ୍ଧନ ରାଥୋଡ଼, ତେଜସ୍ୱୀ ସୂର୍ଯ୍ୟ ଏବଂ ନିଶିକାନ୍ତ ଦୁବେ- ସେମାନଙ୍କ ଭାଷଣରେ ଥରୁରଙ୍କୁ ବିଦାୟ ଦେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version