ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପଢିବେ ପାଠ। ତୃଣମୂଳ କଂଗ୍ରେସ ନେତା ପ୍ରଫେସର ସୌଗତ ରାୟଙ୍କ ଶିଷ୍ୟ ହେବେ ଶାହା।
କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଅଭିଯୋଗ ଶାହା ନିକଟରେ ପଶ୍ଚିମବଙ୍ଗ ଗସ୍ତ ବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋରଙ୍କ ଚୌକି ରେ ବସିଯାଇଥିଲେର ସ୍ପଷ୍ଟୀକରଣ ଦେବାବେଳେ ଶାହା ଲୋକସଭାରେ କହିଥିଲେ ଯେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜେ ପି ନଡ୍ଡା କେବେ କହି ନାହାନ୍ତି ଯେ ଟେଗୋର ଶାନ୍ତିନିକେତନରେ ଜନ୍ମ ହୋଇଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଠିଆ ହୋଇ କହିଲେ, “ଠିକ ଅଛି! ଏବେ ତାହେଲେ ଆପଣ କୁହନ୍ତୁ ଟେଗୋର କେଉଁଠି ଜନ୍ମ ହୋଇଥିଲେ?”
ଶାହା ବି ଛାଡିବା ଲୋକ ନୁହଁନ୍ତି। “ଵ୍ୟସ୍ତ ହୁଅନ୍ତୁନି। ମୁଁ ଆପଣଙ୍କ ଶିଷ୍ୟ ହୋଇଯିବି ଏହି କଥା ଜାଣିବାକୁ। ଏବେ ମୋତେ କହିବାକୁ ଦିଅନ୍ତୁ।” ବାଚସ୍ପତି ଓଁମ ବିର୍ଲା ହସିଲେ ଆଉ କହିଲେ, “ହଁ- ହଁ ମାନ୍ୟବର ତୃଣମୂଳ କଂଗ୍ରେସର ସଦସ୍ୟ ଯେ ପ୍ରଫେସର ଅଛନ୍ତି।”