ରାଜ୍ୟ

ଶିଳ୍ପ ସଂସ୍କାର ଯୋଜନାର ଶତ ପ୍ରତିଶତ ରୂପାୟନ ପାଇଁ ନିର୍ଦ୍ଦେଶ

Published

on

ଭୁବନେଶ୍ୱର ୨୯/୧୧ : ରାଜ୍ୟରେ ଶିଳ୍ପ ବାଣିଜ୍ୟର ପ୍ରସାର ଲାଗି ଉଦ୍ଦିଷ୍ଟ ବିଭିନ୍ନ ସଂସ୍କାର ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଜନା ସ୍ଥିତି ସମୀକ୍ଷା କରିବା ପରେ ସେ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ୨୦୧୯ ପାଇଁ ହୋଇଥିବା ଶିଳ୍ପ ବାଣିଜ୍ୟ ସଂସ୍କାର ଆକ୍ସନ ପ୍ଲାନ୍ର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯୋଜନା ଯେଭଳି ଶତ ପ୍ରତିଶତ ସଫଳ ହୁଏ ସେଥିପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଓ ଦିଗ୍ଦିର୍ଶନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଶ୍ରୀ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପ ବାଣିଜ୍ୟ ପାଇଁ ଅନୁମତି, ଆପତିବିହିନ ସାର୍ଟିଫିକେଟ୍ ଏବଂ ଲାଇସେନ୍ସ ପ୍ରଦାନ ଆଦି କାର୍ଯ୍ୟ ଅନ୍ଲାଇନ୍ରେ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୨୦୧୯ ଜାନୁଆରୀ ୩୧ ସୁଦ୍ଧା ଏ ସବୁ ଯୋଜନା ଯେଭଳି ଶତ ପ୍ରତିଶତ କାର୍ଯ୍ୟକାରି ହୁଏ ସେଥିପ୍ରତି ଧ୍ୟାନ ଦେବା ଲାଗି ଶ୍ରୀ ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୯୭.୮୩ ପ୍ରତିଶତ ଯୋଜନା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଘରୋଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version