ବ୍ୟାଡମିଣ୍ଟନ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ସିନେମାରେ ସାଇନାଙ୍କ ଭୂମିକା ନିଭାଉଥିବା ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଅସୁସ୍ଥ । ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ , ଗତ କିଛି ଦିନ ହେବ ଶ୍ରଦ୍ଧା ଅସୁସ୍ଥ ଅନୁଭବ କରୁଥିଲେ । ହେଲଥ୍ ଚେକ୍ ଅପ୍ ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜାଣି ଶ୍ରଦ୍ଧା ଫିଲ୍ମ ସୁଟିଂ ବନ୍ଦ କରିଦେଇଥିଲେ ।ତେବେ ପୁଣିଥରେ ଶୀଘ୍ର ସୁସ୍ଥ ହୋଇ ଶ୍ରଦ୍ଧା ସୁଟିଂ ସେଟକୁ ଫେରିବେ ବୋଲି ଜଣାପଡିଛି ।
ଚଳିତ ବର୍ଷ ଶ୍ରଦ୍ଧା ଶାହିଦ କପୁରଙ୍କ ଅଭିନୀତ ‘ବତୀଗୁଲ ମିଟର ଚାଲୁ’ ଓ ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଫିଲ୍ମରେ ନଜର ଆସିଥିଲେ । ବର୍ତ୍ତମାନ ଶ୍ରଦ୍ଧା ସାଇନା ନେହୱାଲଙ୍କ ବାୟୋପିକ୍ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବାବେଳେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହ ଆକ୍ସନ ଫିଲ୍ମ ‘ସାହୋ’ରେ ତାଙ୍କୁ ଦେଖିବାକୁ ମିଳିବ ।