ସୋର ୨୮/୧ : ସୋର ଅଂଚଳର ଶାଳନ୍ଦୀ ଆମ୍ବହତା ନିକଟସ୍ଥ କେନାଲ କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକଙ୍କ ଉପରେ ଏକ ହାଇୱା ମାଡ଼ି ଯାଇଥିଲା । ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ତେବେ ଖଇରା ମେଡ଼ିକାଲରେ ଜଣଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେ ଅଗରପଡ଼ା ଶ୍ରୀରାମପୁର ଅଂଚଳର ବୋଲି ଜଣାପଡ଼ିଛି ।