ରାଜନୀତି

ଶ୍ରୀକାନ୍ତଙ୍କ ସମ୍ପର୍କରେ ନିଷ୍ପତ୍ତି ନେବ ଏଆଇସିସି

Published

on

ଭୁବନେଶ୍ୱର ୧୨/୧୨ : ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ନିଷ୍ପତ୍ତି ନେବ ଏଆଇସିସି । ନିକଟରେ ଶ୍ରୀ ଜେନା ଗଣମାଧ୍ୟମକୁ ଦେଇଥିବା ବିବାଦୀୟ ବୟାନ ନେଇ ବୁଧବାର ପିସିସି ଶୃଙ୍ଖଳା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ । ସେମାନଙ୍କ ମତାମତକୁ ଏଆଇସିସି ନିକଟକୁ ପଠାଯିବ ଏବଂ ତାହାକୁ ତର୍ଜମା କରିବାପରେ ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ଶ୍ରୀକାନ୍ତ ଜେନା ଏଆଇସିସି ସଦସ୍ୟ ଥିବାରୁ ଏ ସମ୍ପର୍କରେ ଏଆଇସିସି ହିଁ ନିଷ୍ପତ୍ତି ନେବା ସମିଚୀନ ହେବ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version