ଦେଶ ବିଦେଶ

ଶ୍ରୀନଗରରେ ୩ ଆତଙ୍କବାଦୀ ନିହତ : ଲସ୍କର ଲିଙ୍କ

Published

on

ଶ୍ରୀନଗର ୯/୧୨ : ଶ୍ରୀନଗର ନିକଟରେ ନିରାପତ୍ତାବାହିନୀ ସହ ସଂଘର୍ଷରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନେ ସମସ୍ତେ ଲସ୍କର -ଏ-ତୋଇବାର ସଦସ୍ୟ ବୋଲି ସୂଚନା ମିଳିଛି । ଶ୍ରୀନଗର ଠାରୁ ୧୧ କିଲୋମିଟର ଦୂର ମଜଗୁନ୍ଦ ଗାଁରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବାପରେ ଗତକାଲି ରାତିରୁ ସେଠାରେ ନିରାପତ୍ତାବାହିନୀର ଅପରେଶନ ଚାଲିଥିଲା । ପ୍ରାୟ ୧୭ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଓ ଗୁଳି ବିନିମୟ ଚାଲିବା ପରେ ଶେଷରେ ନିରାପତ୍ତାବାହିନୀ ଆତଙ୍କବାଦୀମାନେ ଲୁଚିଥିବା ଘରକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ । ଏହି ସଂଘର୍ଷରେ ଜଣେ ଯବାନ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version