ରାଜ୍ୟ

ଶ୍ରୀମନ୍ଦିରରେ ପୋଲିସ-ସେବାୟତ ଗଣ୍ଡଗୋଳ : ସାରା ଦିନ ଓପାସରେ ରହିଲେ ତିନି ଠାକୁର

Published

on

ପୁରୀ ୨୮/୧୨ : ଶ୍ରୀମନ୍ଦିରରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଶୁକ୍ରବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେବାୟତମାନେ ଦ୍ୱାର ନ ଫିଟାଇବା ଫଳରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ କୋ÷ଣସି ନୀତିକାନ୍ତି ଆରମ୍ଭ ହୋଇପାରିନଥିଲା । ସେବାୟତମାନେ ଏସ୍ପି ଡାକ୍ତର ସାର୍ଥକ ଷଡଙ୍ଗୀଙ୍କ ଇସ୍ତଫା ଦାବି କରି ନିଜ ଜିଦ୍ରେ ଅଟଳ ରହିବା ଫଳରେ ବାରମ୍ବାର ଆଲୋଚନା ସତ୍ତେ୍ୱ କୋ÷ଣସି ସୁଫଳ ମିଳିନଥିଲା । ସେବାୟତଙ୍କ ଅସହଯୋଗ ଯୋଗୁଁ ୧୦ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କୋ÷ଣସି ନୀତି ସମ୍ପନ୍ନ ହୋଇପାରିନଥିଲା । ଶ୍ରଦ୍ଧାଳୁମାନେ ମଧ୍ୟ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିନଥିଲେ ।
ଜଣେ ସେବାୟତଙ୍କୁ ଗତକାଲି ପୋଲିସ ମାଡ଼ ମାରିଥିବା ଅଭିଯୋଗ କରି ସେବାୟତମାନେ ଶ୍ରୀମନ୍ଦିର ଦ୍ୱାର ଖୋଲିନଥିଲେ କି କୋ÷ଣସି ପୂଜାନୀତି ଆରମ୍ଭ କରିନଥିଲେ । ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ସେବାୟତମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିବା ପରେ ସେବାୟତମାନେ ମନ୍ଦିର ଖୋଲିଥିଲେ ଓ ଅପରାହ୍ନ ୪ଟା ପରେ ଠକୁରଙ୍କ ପୂଜାବିଧି ଆରମ୍ଭ ହୋଇଥିଲା । ଏ ଘଟଣାରେ ଶ୍ରଦ୍ଧାଳୁମାନେ ଏତେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଯେ, ଅପରାହ୍ନରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରରେ ଧସେଇ ପଶିଥିଲେ । ଆଜିର ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ଠାକୁରଙ୍କ ଦର୍ଶନ ନପାଇ ଶ୍ରଦ୍ଧାଳୁମାନେ ହତାଶ ହୋଇଥିବାବେଳେ ଏସ୍ପି ଶ୍ରୀ ଷଡଙ୍ଗୀଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ କହିଥିଲେ ଯେ, ଶ୍ରୀମନ୍ଦିରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଏକ ନିତି ଦିନିଆ କଥା । ଶ୍ରଦ୍ଧାଳୁମାନେ ଆଉ ଅପେକ୍ଷା ନକରି ସମୂଦ୍ରକୂଳ ବୁଲି ଆସନ୍ତୁ । ମନ୍ଦିର ଖୋଲିଲେ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଜଣେ ଉଚ୍ଚ ପୋଲିସ ଅଧିକାରୀଙ୍କ ଏ ପ୍ରକାର ମନ୍ତବ୍ୟ ଆଦୋ÷ ସ୍ପୃହଣୀୟ ନୁହେଁ ବୋଲି ଅନେକ ଭକ୍ତ ମତ ଦେଇ ବିରକ୍ତି ପ୍ରକାଶ କରିଥିଲେ ।
ଆଜି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ଅବ୍ୟାହତ ରହିବ ଏବଂ ସବୁ ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version