ରାଜ୍ୟ

ଶ୍ରୀମନ୍ଦିରରେ ଲାଗିଲା ଜୟ-ବିଜୟ ମୂର୍ତ୍ତି

Published

on

ପୁରୀ ୧୭/୬ : ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ ୩ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ ପ୍ରବାହ ସମୟରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଗତକାଲି ମୂର୍ତ୍ତି ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକରୁ ପୁରୀ ଅଣାଯାଇଥିଲା। ଶୁଖୁଆପଡ଼ା ଗ୍ରାମର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ଦୁଇଟି ଖଣ୍ଡଲାଇଟ୍ ପଥରରେ ଗଢ଼ିଛନ୍ତି। ମହାରଣା ମୂର୍ତ୍ତି ନିର୍ମାଣ ବେଳେ ଅଲୌକିକ ଅନୁଭୂତି ପାଇଥିଲେ । ଯାହାକି ସେ ଗଣମାଧ୍ୟମ ଆଗରେ ବଖାଣିଥିଲେ ।
ତେବେ ଗତକାଲି ମନ୍ଦିରରେ ମୂର୍ତ୍ତି ଦ୍ୱୟ ଲାଗିବାର ଥିଲା । କିନ୍ତୁ ଲାଗିପାରିନଥିଲା । ଏଏସଆଇ ଆଜି ମୂର୍ତ୍ତି ଦ୍ୱୟକୁ ସ୍ଥାପନ କରିଦେଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version