ପୁରୀ ୧୦/୪ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପୁରୀ ଜଗଦଗୁରୁ ଶଙ୍କରାଚାର୍ୟ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ୟ୍ୟ ନେବା କଥା। ଏ ନେଇ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟରେ ପକ୍ଷ ରଖିବେ ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ। ସେ କହିଛନ୍ତି ଯେ, ୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ୟ୍ୟ ଜଗନ୍ନାଥଙ୍କ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵ ଶଙ୍କରାଚାର୍ୟ୍ୟ ନେବା କଥା। ଏ ନେଇ ସେ ଶୀଘ୍ର ସୁପ୍ରିମକୋର୍ଟରେ ପକ୍ଷ ରଖିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିରରେ କିଛି ସମ୍ବିଧାନ ନାହିଁ। କେବଳ ଟେମ୍ପୁଲ ଆକ୍ଟ ପରି ଏକ ଅନ୍ଧ ପରମ୍ପରାରେ ମନ୍ଦିରର ପରିଚାଳନା ଚାଲିଛି। ତେଣୁ ଶ୍ରୀମନ୍ଦିରର ପରିଚାଳନା ପାଇଁ ନୂଆ ସମ୍ବିଧାନ ହେବ।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାରର ପରିଚାଳନା ନେଇ ଗତ ଆଠ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଥିଲା। । ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଧର୍ମଗୁରୁ ଶଙ୍କରାଚାର୍ୟ୍ୟଙ୍କ ହାତରେ ଦେବାକୁ ବିଚାରପତି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। । ଏହି ସଂଦର୍ଭରେ ଆଜି ଶଙ୍କରାଚାର୍ୟ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଏପ୍ରିଲ ୩୦ରେ ହେବ ବୋଲି କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।