ରାଜ୍ୟ

ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ

Published

on

ପୁରୀ ୨୫/୧୨ : କୋଣାର୍କ ଓ ଶ୍ରୀମନ୍ଦିର ଭଳି ବିଶ୍ୱବିଖ୍ୟାତ ମନ୍ଦିରଗୁଡ଼ିକ ଉପରେ ଡ୍ରୋନ ଉଡିବା ଘଟଣାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ନିକଟରେ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡିଥିବାବେଳେ ବୁଧବାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ନଜରକୁ ଆସିଛି । ଆଜି ପଶ୍ଚିମଦ୍ୱାର ନିକଟରେ ଦୁଇଟି ଡ୍ରୋନ ଉଡିବା ଲକ୍ଷ୍ୟ କରାଯାଇଥିଲା । ତେବେ କିଏ କେଉଁ ଉଦ୍ଦେଶ୍ୟରେ ଏହାକୁ ଉଡାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version