ରାଜ୍ୟ

ଶ୍ରୀମନ୍ଦିର ନୀତିସେବା ଶୃଙ୍ଖଳିତ : ମୁଖ୍ୟ ପ୍ରଶାସକ

Published

on

ପୁରୀ ୧/୧ : ଏବେ ଶ୍ରୀମନ୍ଦିରରେ ଜୀଉମାନଙ୍କ ସେବା ନୀତି ଶୃଙ୍ଖଳିତ ଭାବେ ଚାଲିଛି ଏବଂ ଭବିଷ୍ୟତରେ କିଭଳି ବିଶୃଙ୍ଖଳା ସୃଷ୍ଟି ନ ହେବ ସେଥିପାଇଁ ଉଦ୍ୟମ କରାଯାଉଛି । ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ନେଇ ପ୍ରକାଶିତ ଗୁଇନ୍ଦା ରିପୋର୍ଟ ସମ୍ପର୍କରେ ପ୍ରତିକ୍ର୍ରିୟା ରଖି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମନ୍ଦିରରେ କୋ÷ଣସି ଅପ୍ରୀତିକର ପରିସ୍ଥିତର ଆଶଙ୍କା ନାହିଁ । ସେବା-ନୀତି ଠିକ୍ ଠାକ୍ ଚାଲିଛି । ଶ୍ରଦ୍ଧାଳୁମାନେ ସ୍ୱଚ୍ଛନ୍ଦରେ ଠାକୁରଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version