ରାଜ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦର୍ଶନୀ ଟିକେଟ୍ ଦାୟିତ୍ୱ

Published

on

ପୁରୀ ୪/୧୨ : ମଙ୍ଗଳବାର ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପହିଲି ଭୋଗ ନେଇ ସବ୍କମିଟି ନିଷ୍ପତି ନେଇଥିବାବେଳେ ଦର୍ଶନୀ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବିଚାର କରିବା ଦାୟିତ୍ୱ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ କରାଯାଇଛି । ପରିଚାଳନା କମିଟି ସେବାୟତଙ୍କ ସହ ବିଚାର ଆଲୋଚନା କରି ପ୍ରତିଦିନ କେଉଁ କେଉଁ ସମୟରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତି ନେବ । ତେବେ ଚଳିତ ମାସ ୧୬ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି । ଏହାଛଡା ରାତି ୧୧.୩୦ରେ ପହୁଡ ଓ ଭୋର୍ ୩ଟାରେ ଦ୍ୱାର ଫିଟା ନୀତି କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।
ଅପରପକ୍ଷରେ ନୂତନ ଦର ନିର୍ଦ୍ଧାରଣ ଲାଗି ଆଜି ପରୀକ୍ଷାମୂଳକ ଭାବେ ଅଭଡା ରୋଷେଇ କରାଯାଇଥିଲା । ସକାଳେ ମନ୍ଦିର ପ୍ରଶାସନ ପକ୍ଷରୁ ଲକ୍ଷ୍ମୀଙ୍କ ଭଣ୍ଡାରରୁ ମହାସୁଆର ଓ ସୁଆର ନିଯୋଗକୁ ବିଭିନ୍ନ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ରୋଷେଇ ଶେଷ ହେବାପରେ ତାହାର ହିସାବ ଯାଂଚ କରାଯାଇଛି । ଖର୍ଚ୍ଚକୁ ଦେଖି ଅଳ୍ପ କିଛିଦିନ ମଧ୍ୟରେ ଅଭଡାର ଦର ନିର୍ଦ୍ଧାରଣ ହେବ ଏବଂ ଆନନ୍ଦ ବଜାରରେ ଦର ତାଲିକା ଟଙ୍ଗା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version