ରାଜ୍ୟ

ଶ୍ରୀମନ୍ଦିର ସ˚ସ୍କାର ପାଇଁ ମାଳ ମାଳ ସୁପାରିସ, ଫଳ ଶୂନ

Published

on

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ବ୍ୟବସ୍ଥାରେ ସ˚ସ୍କାର ପାଇଁ ଆଇନ୍‌ ଅଦାଲତ ଠାରୁ ଆରମ୍ଭକରି ବ୍ୟବସ୍ଥା ସଭା, ସରକାର, ଧର୍ମଗୁରୁ ଓ ସାଧାରଣ ଲୋକଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ମତପ୍ରକାଶ ପାଇଆସୁଛି। ଏଥିପାଇଁ ମାଳ ମାଳ କମିଟି ଓ କମିସନ ମଧ୍ୟ ଅନେକ ଉପାଦେୟ ସୁପାରିସ ଦେଇଛନ୍ତି। କିନ୍ତୁ ବ୍ୟବସ୍ଥାରେ ସେମିତି କିଛି ପରିବର୍ତ୍ତନ ପରିଲକ୍ଷିତ େହଉନାହିଁ।

ଓଡିଶାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ୭୦ ଦଶକରେ ବିଶ୍ବଭୂଷଣ ହରିଚନ୍ଦନ ଆଇନ୍‌ମନ୍ତ୍ରୀ ଥିବା ସମୟରେ ତତ୍କାଳୀନ ରାଜ୍ୟପାଳ ଡକ୍ଟର ଭଗବତ ଦୟାଲ ଶର୍ମାଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା। ଏହି ଶୀର୍ଷ କମିଟି ବିଭିନ୍ନ ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଥିଲେ। ତେବେ ନୀଳମଣି ରାଉତରାୟଙ୍କ ସରକାର ବଦଳିଯିବା ପରେ ରାଜ୍ୟପାଳଙ୍କ ସୁପାରିସ ରିପୋର୍ଟ ପ୍ରଶାସନର ଅଳିଆଗଦାରେ ପ୍ରାୟ ୩୮ବର୍ଷ ଧରି ପଡିରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version