ରାଜ୍ୟ

ଶ୍ରୀମନ୍ଦିର ସଂସ୍କାରକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published

on

ପୁରୀ ୧୭/୨ : ଶ୍ରୀମନ୍ଦିର ଶ୍ରୀମନ୍ଦିର ସଂସ୍କାରକୁ ନେଇ ଗୋବର୍ଧନ ପୀଠରେ କରାଯାଇଛି ଗୁରୁତ୍ୱପୁର୍ଣ ସମନ୍ୱୟ ବୈଠକ । ଜଗଦଗୁରୁ ଶଙ୍କରାଚାର‌୍ୟ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଆଯାଇଛି ଗୁରୁତ୍ୱପୁର୍ଣ ନିଷ୍ପତି । ଶ୍ରୀମନ୍ଦିର ସମସ୍ୟାକୁ ନେଇ ପ୍ରତି ୩ ମାସରେ ବର୍ଷକୁ ୪ ଥର ହେବ ସମୀକ୍ଷା ବୈଠକ । ବ୍ରହ୍ମ ସଂସ୍ଥାପନ ସମ୍ପର୍କରେ ନୀତିକୁ ନେଇ ସବିଶେଷ ତଥ୍ୟ ଶ୍ରୀମନ୍ଦିର ସତ୍ୱଲିପିରେ ନ ଥିବାରୁ ସେଥିପାଇଁ ଗୁରୁଜୀଙ୍କ ପରମର୍ଶ ନେବ ଶ୍ରୀମନ୍ଦିର ପ୍ରଶାସନ ।
ଏହା ସହ ବାଇଶିପାହାଚରେ ପିଣ୍ଡଦାନର ସ୍ଥାନ ପରିବର୍ତନ ହେବ, ହେଲେ କେଉଁଠିକୁ କରାଯିବ ସେ ନେଇ ଗୁରୁଜୀଙ୍କ ମତ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କାର‌୍ୟ୍ୟ କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିରର ମର‌୍ୟ୍ୟାଦା , ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ତିନୋଟି ସ୍ତମ୍ଭ ଯଥା ପ୍ରଶାସନ, ରାଜତନ୍ତ୍ର ଓ ସେବାୟତ ତନ୍ତ୍ରର ସମନ୍ୱୟ ରହିଲେ ହିଁ ସବୁ ସମ୍ଭବ ହେବ ବୋଲି କହିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ସମସ୍ୟା ଅସାଧ୍ୟ ନୁହେଁ ମୃଳ ତୃଟିକୁ ସୁଧାରିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଗୁରୁଜୀ ।
ତେବେ ଏଭଳି ଏକ ଗୁରୁତ୍ୱପୁର୍ଣ ସମୀକ୍ଷା ବୈଠକର ଆବଶ୍ୟକତା ଥିଲା ବୋଲି କହିଛନ୍ତି ସେବାୟତ ପ୍ରତିନିଧି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା । ଆଜିର ବୈଠକରେ ଗଜପତି ମହାରାଜ, ସରକାରୀ ପ୍ରତିନିଧି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଆଇନ ସଚିବ, ରାଜ୍ୟ ଦେବୋତ୍ତର କମିଶନର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି, ହାଇକୋର୍ଟ ଓକିଲ ସଙ୍ଘର ପ୍ରତିନିଧି, ପୁରୀ ଓକିଲ ସଙ୍ଘର ପ୍ରତିନିଧି ଉପସ୍ଥିତ ରହିଥିଲେ । ତେବେ ଆଗାମୀ ଦିନରେ ଗୁରୁଜୀଙ୍କ ପରାମର୍ଶ ନିହାତି ଶ୍ରୀମନ୍ଦିରରରେ ଶୃଙ୍ଖଳା ଆଣିପାରବ ବୋଲି ଆଶାପ୍ରକଟ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version