ରାଜ୍ୟ

ଶ୍ରୀମନ୍ଦିର ସଂସ୍କାର : ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂତନ ଆମିକସ କ୍ୟୁରୀ

Published

on

ପୁରୀ-ନୂଆଦିଲ୍ଲୀ ୩୦/୧୧ : ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ଖୁବ୍ ଶୀଘ୍ର ନୂତନ ଆମିକସ କ୍ୟୁରୀ ନିଯୁକ୍ତ ହେବେ । ଶୁକ୍ରବାର ଶ୍ରୀମନ୍ଦିର ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହା କହିଛନ୍ତି । ପୂର୍ବରୁ ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ୨୫ ତାରିଖରେ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିନେଇଛନ୍ତି । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ସୂଚନା ମିଳିଛି ।
ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲାରେ କୋର୍ଟକୁ ସହଯୋଗ କରିବା ପାଇଁ ଗତ ଜୁନ୍ ୬ ତାରିଖରେ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ୍ କ୍ୟୁରୀ ରୂପେ ନିଯୁକ୍ତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version