ଭୁବନେଶ୍ୱର ୯/୧ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ବୁଧବାର ବିଶିଷ୍ଟ ଆଇନଜୀବୀ ରଞ୍ଜିତ କୁମାରଙ୍କୁ ନୂତନ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ସହାୟତା କରିବେ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ । ରଞ୍ଜିତ କୁମାର ହେଉଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ । ଗୋପାଳ ସୁବ୍ରମଣ୍ୟମଙ୍କ ସ୍ଥାନରେ ରଞ୍ଜିତ କୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କିଛିଦିନ ତଳେ ଗୋପାଳ ସୁବ୍ରମଣ୍ୟମ ଆମିକସ କ୍ୟୁରି ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ । ଆସନ୍ତା ମାସ ୫ ତାରିଖକୁ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।