ଅପରାଧ

ଶ୍ରୀ ଲିଙ୍ଗରାଜଙ୍କ ହୁଣ୍ଡିରୁ ନିଆରା ଢ଼ଙ୍ଗରେ ଟଙ୍କା ଲୁଟ୍

Published

on

ଭୁବନେଶ୍ୱର ୧୭/୩ : ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଏକ ବିଚିତ୍ର ଉପାୟରେ ଦୁର୍ବୃତ୍ତ ଛାଣି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଗତକାଲି ମନ୍ଦିର ଜଗମୋହନରେ ଥିବା ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡି ଗଣତି ବେଳେ ଏଭଳି ତଥ୍ୟ ପଦାକୁ ଆସିଛି। ଏସଂପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।
ଜାଗର ଯାତ୍ରା ପରେ ଗତକାଲି ଖୋଲା ଯାଇଥିବା ଶ୍ରୀଲିଙ୍ଗରାଜଙ୍କ ଜଗମୋହନ ହୁଣ୍ଡିରୁ ମାତ୍ର ୩ ଲକ୍ଷ ୮୩ ହଜାର ୪ଶହ ୫୮ଟଙ୍କା ସଂଗୃହୀତ ହୋଇଛି। ଚଳିତ ମାର୍ଚ ମାସରେ ମହାଶିବରାତ୍ରି ପର୍ବ ଥିଲା। ଏଥିରେ ଅତି କମରେ ୧୦ ଲକ୍ଷ ଟଙ୍କା ଆଶା କରାଯାଉଥିଲା। କିନ୍ତୁ ଠୋଲା ଜରିଆରେ ଲୁଟି ନିଆଯିବାରୁ ଏହି ପରିମାଣ କମି ଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ହୋଇଥିବା ଗଣତିରେ ଏହି ହୁଣ୍ଡିରୁ ୪ ଲକ୍ଷ ୧୪ ହଜାର ୯୯୫ ଟଙ୍କା ସଂଗୃହୀତ ହୋଇଥିଲା।ସୂଚନା ଅନୁଯାୟୀ, ୮ଟି ଠୋଲା ଏଭଳି ବାହାରିଥିବା ବେଳେ ମହାଶିବରାତ୍ରି ପରେ ମଧ୍ୟ ହୁଣ୍ଡିରୁ ପ୍ରାପ୍ତ ଅର୍ଥ ପୂର୍ବବର୍ଷ ତୁଳନାରେ ଢେର୍ କମ୍ ହୋଇଛି। ଦୀର୍ଘ ଦିନ ଧରି ଏଭଳି ନିଆରା ଢଙ୍ଗରେ ହୁଣ୍ଡି ଲୁଟ୍ ଚାଲିଥିବା ବେଳେ କେମିତି କେହି କିଛି ଜାଣି ପାରିନାହାନ୍ତି, ସେନେଇ ତନାଘନା ଆରମ୍ଭ ହୋଇଛି। ମହାଶିବରାତ୍ରିରେ ସର୍ବାଧିକ ଟଙ୍କା ପଡ଼ୁଥିବାରୁ ଏହି ଶିବରାତ୍ରିର ଦାନ ଲୁଟିବା ପାଇଁ ଏହି ଯୋଜନା ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version