ଅନୁଗୁଳ ୮/୧ : କଣିହାଁ ଅଂଚଳରେ ଏକ ଦୁଃଖଦ ପରିସ୍ଥିତିରେ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ, କଣିଆଁ ଗଦାଶିଳା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରେ ଦୁଇଜଣ ମିସ୍ତ୍ରୀ କାମ କରୁଥିଲେ । ଶୀତରୁ ରକ୍ଷା ପାଇବା ପାଇଁ ସେମାନେ ସୋମବାର ରାତିରେ କୋଇଲା ଆଂଚ କରି ଏକ ଘରେ ଶୋଇଥିଲେ । ଆଜି ସକାଳୁ ସେମାନଙ୍କୁ ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।