ଦେଶ ବିଦେଶ

ଷଷ୍ଠ ପର‌୍ୟ୍ୟାୟ ନିର୍ବାଚନ : ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published

on

ନୂଆଦିଲ୍ଲୀ ୧୨/୫ : ୬ଷ୍ଠ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । ବୁଥ୍ ଆଗରେ ଲମ୍ବା ଲାଇନରେ ରହି ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା । ଏହି ପର‌୍ୟ୍ୟାୟରେ ମୋଟ ୯୭୯ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୋଟ ୧୦.୧୬ କୋଟି ମତଦାତା ଆଜି ନିଜର ନେତାଙ୍କୁ ବାଛିବେ । ଖାସକରି ଏହି ପର‌୍ୟ୍ୟାୟର ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ୨୦୧୪ରେ ବିଜେପି ଯେଉଁ ସଫଳତା ହାସଲ କରିଥିଲା ତାହା ବଜାୟ ରହୁଛି କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।
ଉତ୍ତର ପ୍ରଦେଶର ଯେଉଁ ୧୪ଟି ଆସନରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ ସେଥିରୁ ୧୨ଟି ଆସନରେ ବିଜେପି ୨୦୧୪ରେ ବିଜୟୀ ହୋଇଥିଲା। ଆସନ୍ତାକାଲି ମଧ୍ୟପ୍ରଦେଶର ୮ ଆସନ, ହରିୟାଣାର ୧୦ ଆସନ, ଦିଲ୍ଲୀର ୭ ଆସନ, ଝାଡ଼ଖଣ୍ଡର ୪ ଏବଂ ପଶ୍ଚିମବଂଗର ୮ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏହା ବ୍ୟତୀତ ପଶ୍ଚିମ ତ୍ରିପୁରା ଆସନ ପାଇଁ ପୁନଃ ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର‌୍ୟ୍ୟାୟରେ ୩୪ଟି ରେଡ୍ ଆଲର୍ଟ ଆସନ ରହିଛି। ଏହି ଆସନଗୁଡ଼ିକରେ ୩ ଜଣରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳର ସମସ୍ତ ୧୪ଟି ଆସନରେ ଜୋର୍‌ଦାର ମୁକାବିଲା ହେଉଛି। ଏବେ ଭୋଟ୍ ଗଣିତ ଏସ୍‌ପି-ବିଏସ୍‌ପି ମହାମେଣ୍ଟ ସପକ୍ଷରେ ଥିଲେ ମଧ୍ୟ କଂଗ୍ରେସ ଯଦି ବଡ଼ ଧରଣର ଭୋଟ୍ ବିଭାଜନ ଘଟାଇବାରେ ସକ୍ଷମ ହେବ ତା’ହେଲେ ମହାମେଣ୍ଟ ପାଇଁ ବିଜୟ ରାସ୍ତା ଏତେ ସହଜ ହେବନାହିଁ। କଂଗ୍ରେସ ପାଇଁ ମଧ୍ୟ ୟୁପି ପୂର୍ବାଞ୍ଚଳ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ପୂର୍ବାଞ୍ଚଳ ପ୍ରଭାରୀ ଦାୟିତ୍ବ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ ଏହି ଅଂଚଳରେ କଂଗ୍ରେସ ତା’ର ସବୁ ଶକ୍ତି ଖଟାଇଛି। ତେଣୁ କଂଗ୍ରେସର ଷ୍ଟାର୍ ପ୍ରଚାରକ ପ୍ରିୟଙ୍କାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version