ଭୁବନେଶ୍ୱର: ରାଜ୍ୟର ୧୬ ଟି ଜିଲ୍ଲାରେ କୋଭିଡ଼ ପରୀକ୍ଷା ପାଇଁ ଆର୍ଟିପିିିିିସିଆର ପରୀକ୍ଷା କେନ୍ଦ୍ର ସ୍ଥାପନ ନିମନ୍ତେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୦ କୋଟି ମଞ୍ଜୁର କରିଛନ୍ତି।
” କୋଭିଡ ଲଢେ଼ଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ
ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର
ମାଲକାନଗିରି ,ନୂଆପଡା ସୋନପୁର ,କନ୍ଧମାଳ ସୁନ୍ଦରଗଡ ରାୟଗଡ଼ା ଓ ବରଗଡ ର ସଦର ମହକୁମା ରେ ଗୋଟିଏ ଗୋଟିଏ RTPCR Test Centre ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।”
ଏହି Test Centre ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ ।ଏଥିନିମନ୍ତେ ପ୍ରତି ଜିଲ୍ଲା ରେ ଜଣେ ଲେଖାଏ microbiologist ଓ ତିନି ଜଣ lab technician ଙ୍କୁ ନିୟୋଜିତ କରାଯିବ ।
କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ।