ଭୁବନେଶ୍ୱର ୯/୧୨ : ଆସନ୍ତା ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନ କାଳରେ ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓ ମହିଳାଙ୍କ ପାଇଁ ବ୍ୟବସ୍ଥାପକ ସଭାରେ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ଉଠାଇବ । ରବିବାର ନବୀନ ନିବାସରେ ଅନୁଷ୍ଠିତ ବିଜେଡ଼ି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକ ପରେ ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, ଚାଷୀଙ୍କ ହକ୍ ପାଇଁ ମଧ୍ୟ ଦଳ ଦାବି କରିବ । ଏହାଛଡା ତିତଲି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ କେନ୍ଦ୍ରୀୟ ଅନୁଦାନ ଦେଉନଥିବା ଘଟଣାର ମଧ୍ୟ ପ୍ରତିବାଦ କରାଯିବ । କେବଳ ଏତିକିନୁହେଁ ଅନୁସୂଚିତ ଜାତି-ଉପଜାତି ଛାତ୍ରଛାତ୍ରୀଙ୍କୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉତଥାପନ କରିବ । ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ମଧ୍ୟ ବିଜେଡ଼ି ପକ୍ଷରୁ ଦୃଢ଼ ସ୍ୱର ଉତ୍ତୋଳନ କରାଯିବ ବୋଲି ଶ୍ରୀ ଦେବ୍ ପ୍ରକାଶ କରିଛନ୍ତି ।