ଦେଶ ବିଦେଶ

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରକାଶ ପରେ ଦିନକ ପାଇଁ ମୁଲତବୀ

Published

on

ନୂଆଦିଲ୍ଲୀ ୧୧/୧୨ : ସଂସଦର ଶୀତକାଳୀନ ଅଧିବେଶନ ଆଠିଠାରୁ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଶୋକ ପ୍ରକାଶ ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି । ମଙ୍ଗଳବାର ଲୋକସଭା କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ଅନ୍ୟ ୪ଜଣ ଦିବଂଗତ ସଦସ୍ୟଙ୍କ ଲାଗି ବାଚସ୍ପତି ସୁମିତ୍ରା ମହାଜନ ଶୋକ ପ୍ରସ୍ତାବ ଆଣିଥିଲେ । ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ସଦସ୍ୟମାନେ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଏହାପରେ ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
ରାଜ୍ୟ ସଭାରେ ମଧ୍ୟ ସ୍ୱର୍ଗତ ବାଜପେୟୀ ଓ ଅନ୍ୟ ଦିବଂଗତ ସଂଦସ୍ୟଙ୍କ ପ୍ରତି ଶୋକ ପ୍ରକାଶ ପରେ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version