ରାଜ୍ୟ

ସକ୍ରିୟ ଦଲାଲ ଓ କଳାବଜାରୀ : ପିଆଜ କିଲୋ ୫ ଟଙ୍କାରେ ବ୍ୟବସାୟୀଙ୍କୁ ବିକୁଛନ୍ତି ଚାଷୀ

Published

on

କାଳାହାଣ୍ଡି ୧୩/୫ : ଅମଳ ସମୟରେ ଅଭାବି ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ । ପିଆଜ ବସ୍ତା ୩୦୦ରୁ ୪୦୦ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ପିଆଜ ସଂଗ୍ରହ ନେଇ ପ୍ରଶାସନର ଖାମଖିଆଲି ମନୋଭାବ, ମୂଲ୍ୟ ନିର୍ଧାରଣରେ ଅବହେଳା ଯୋଗୁଁ ଦଲାଲ ଓ କଳାବଜାରୀ ସକ୍ରିୟ ହୋଇଯାଇଛନ୍ତି । ଓଡିଶା ଓ ପଡୋଶୀ ଛତିଗଡର ଅସାଧୁ ବ୍ୟବସାୟୀ ଡେରା ପକାଇ ଜମି ମୁଣ୍ଡରୁ ପିଆଜ କିଣି ନେଉଛନ୍ତି ।
ସରକାରୀ ସ୍ତରରେ ପିଆଜ ସଂଗ୍ରହ ନେଇ କୌଣସି ପଦକ୍ଷେପ ନିଆନଯିବା ତଥା ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉନଥିବାରୁ କମ୍ ଦାମରେ ପିଆଜ ବିକିବାକୁ ଚାଷୀ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି । କାଳାହାଣ୍ଡି ଜିଲ୍ଳାର ଧର୍ମଗଡ ବ୍ଲକ, କୋକସରା ବ୍ଲକ,ସଦର ବ୍ଲକ ଅଞ୍ଚଳରେ ପିଆଜ ସର୍ବାଧିକ ଅମଳ ହୋଇଥାଏ ।
ଏବେ ପିଆଜ ଅମଳ ସମୟ ହୋଇଥିବାରୁ ଚାଷୀ ପିଆଜ ଖୋଳି ଜମିରେ ଗଦା କରୁଛନ୍ତି । ହେଲେ ସଂରକ୍ଷଣର ସୁବିଧା ନଥିବାରୁ ଓ ବର୍ଷା ଦାଉ ସାଜୁଥିବାରୁ ପଚିଷଢ଼ି ଯିବାର ଭୟ ଘାରିଛି । ଫଳରେ କମ୍ ଦାମରେ ବେପାରୀଙ୍କୁ ବିକ୍ରି କରୁଛନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *

Trending

Exit mobile version