ରାଜ୍ୟ

ସଡକ ଦୁର୍ଘଟଣା : ଯୁବକ ମୃତ

Published

on

ଅନୁଗୁଳ ୨୮/୩ : ଛେଣ୍ଡିପଦା ଅଂଚଳରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକଙ୍କ ନାମ ସିପୁ ସାହୁ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ, ସିପୁ ତାଙ୍କ ବାଇକରେ ଅନୁଗୁଳ ଜରସିଂହା ଅଭିମୁଖେ ଯାଉଥିଲେ । ସେହିସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଛେଣ୍ଡିପଦା-ଅନୁଗୁଳ ରାସ୍ତା ଅବରୋଧ କରିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version