ରାଜନୀତି

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ

Published

on

ଭୁବନେଶ୍ୱର ୨୩/୪ : ସନ୍ଧ୍ୟା ୬ ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର ମୋଟ୍ ୪୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସନ୍ଧ୍ୟା ୫ଟା ସୁଦ୍ଧା ଭୋଟଦାନରେ କେନ୍ଦୁଝର ଆଗରେ ରହିଥିବା ବେଳେ ସବୁଠୁ ପଛରେ ରହିଛି କଟକ । ଆସନ୍ତୁ ଜାଣିବା ସନ୍ଧ୍ୟା ୫ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି ।
ତୃତୀୟ ପର‌୍ୟ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୫୫.୨୯ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ସର୍ବନିମ୍ନ ୪୫.୧୯ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀରେ ୫୪.୦୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୫୫.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ସେପଟେ ସମ୍ବଲପୁରରେ ସନ୍ଧ୍ୟା ୫ଟା ସୁଦ୍ଧା ୫୦.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୫୦.୨୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟରେ ମୋଟ୍ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ତୃତୀୟ ପର‌୍ୟ୍ୟାୟରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ହୋଇଥିବା ବେଳେ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟର ଅଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version