ଭୁବନେଶ୍ୱର ୬/୧୨ : ଏଣିକି ସବୁ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୩ରେ ସମାନ ପାଠ୍ୟକ୍ରମ ପ୍ରଚଳନ ହେବ । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ବର୍ଷଠାରୁ ବିଶ୍ୱବିଦ୍ୟାଳୟଗୁଡ଼ିର ପୋଷ୍ଟ ଗ୍ରାଜୁଏଟ ଶ୍ରେଣୀରେ ନାମ ଲେଖାଇବାଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ସର୍ବନିମ୍ନ ୪୫ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ ।