ଆଇନ କାନୁନ

ସବୁ ମୁଖ୍ୟମନ୍ତ୍ରୀଙ୍କ ବେଆଇନ କାମକୁ ଆଇନସିଦ୍ଧ କରିବାକୁ….

Published

on

ଡେରାଡୁନ:ରାଜ୍ୟର ପୁର୍ବତନ ମୁଖ୍ୟମନ୍ତ୍ରୀମାନକ ବେଆଇନ କାର୍ଯ୍ୟକୁ ଆଇନସିଦ୍ଧ କରିବାକୁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଆରମ୍ଭ କରିଛନ୍ତି।
ରାଜ୍ୟର ପୁର୍ବତନ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ମନ୍ତ୍ରୀପଦ ଯିବାପରେ ମୁଖ୍ୟମନ୍ତ୍ରୀ ବଙ୍ଗଳାକୁ ଛାଡି ନ ଥିଲେ। କେବଳ ସେତିକି ନୁହେଁ ସରକାରୀ ଗାଡି ମଟର ଏବଂ ପିଅନ ଚାକର ମଧ୍ୟ ବ୍ୟବହାର କରିଥିଲେ। ଏ ବାବଦରେ ଆସିଥିବା ଏକ ମାମଲାର ଫଏସଲା କରି ଉତ୍ତରାଖଣ୍ଡ ଉଚ୍ଚ ନୟାଳୟ ପୁର୍ବତନ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଚଢା ଦରରେ ଘରଭଡା ଓ ଅନ୍ୟାନ୍ୟ ସେବା ବାବଦରେ ୨୦ କୋଟି ଟଙ୍କା ଆଦାୟ କରାଯିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ହେଲେ ରାଜନିତୀରେ କମ୍ରେଦାରୀ ଦେଖାଇ ଉତ୍ତରାଖଣ୍ଡ ସରକାର ଏକ ଆଇନ ବଳରେ ମୁଖ୍ୟମନ୍ତ୍ରୀମାନକୁ ସୁରକ୍ଷା ଦେବାକୁ ଉଦ୍ୟମ କଲେ। Uttarakhand Former Chief Minister Facility Bill ରାଜ୍ୟ ବିଧାନସଭାରେ ମଧ୍ୟ ଗୃହୀତ ହୋଇ ଆଇନରେ ପରିଣତ ହେଲା।
ହେଲେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଏହି ଆଇନକୁ ଆସିଦ୍ଧ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ଆଇନ ପ୍ରଣୟନ କରିବାର କ୍ଷମତା ନାହିଁ ବୋଲି ନୟାଳୟ କହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version