ଦେଶ ବିଦେଶ

ସଭାରେ ଠେଲାପେଲା : ଭାଷଣ ଅଧାରୁ ପଳାଇଲେ ମୋଦି

Published

on

କୋଲକାତା ୨/୨ : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭା ଚାଲିଥିବାବେଳେ ଆଜି ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଲୋକଙ୍କ ଏତେ ଭିଡ଼ ହୋଇଥିଲା ଯେ, ବ୍ୟାରିକେଡ ଉପରେ ଚଢ଼ି ଆଗକୁ ଯିବାପାଇଁ ଦର୍ଶକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ଶ୍ରୀ ମୋଦି ଭାଷଣ ଦେବାର ଅଳ୍ପ କିଛିସମୟ ପରେ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଶାନ୍ତ ରହିବା ପାଇଁ ସେ ଶ୍ରୋତା ଓ ଦର୍ଶକମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଲୋକମାନେ ସ୍ଥିର ନହୋଇ ଠେଲାପେଲା କରୁଥିବାର ଲକ୍ଷ୍ୟ କରିବା ପରେ ଦଳାଚକଟା ଆଶଙ୍କାରେ ଶ୍ରୀ ମୋଦି ଭାଷଣ କାଣ୍ଟଛାଣ୍ଟ କରି ପଳାଇ ଯାଇଥିଲେ । ଏହାପରେ ଧୀରେ ଧୀରେ ଭିଡ଼ ଭାଙ୍ଗିଥିଲା ଏବଂ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଆଶ୍ୱସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version