ରାଜନୀତି

ସମର୍ଥଙ୍କ ସହ ବିଜେଡିରେ ଯୋଗଦେଲେ ମୀରା ପରିଡା

Published

on

ଭୁବନେଶ୍ୱର ୧୭/୩ : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମିରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା । ଏପରିକି ମିରା ନିଜେ ମଧ୍ୟ ବିଜେଡି ଟିକେଟରୁ ଲଢିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । ବେଗୁନିଆ ଆସନରୁ ପ୍ରଶାନ୍ତ ଜଗଦେବ ଟିକେଟ ରେସରେ ଆଗରେ ଥିବା ବେଳେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ମିରା ପରିଡା । ଯଦି ନବୀନ ନୂଆ ଚେହେରା ଉପରେ ଭରସା କରିବେ, ତେବେ ମିରାଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version