ରାଜ୍ୟ

ସମସ୍ତ ଗଣମାଧ୍ୟମକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ଅନୁମତି

Published

on

ପୁରୀ ୧୧/୬ : ସମସ୍ତ ଗଣମାଧ୍ୟମକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଅନୁମତି ମିଳିଛି । ସିଧାପ୍ରସାରଣ ପାଇଁ କୌଣସି ନିଲାମ କରାଯିବ ନାହିଁ । କିନ୍ତୁ ଚ୍ୟାନେଲ୍‌ଗୁଡ଼ିକ ଶ୍ରୀମନ୍ଦିରକୁ କିଛି ନିର୍ଦ୍ଦିଷ୍ଟ ଆକାରରେ ଅର୍ଥରାଶି ଦେବେ ବୋଲି ଆଜି ବସିଥିବା ପରିଚାଳନା ବୈଠକରେ ନିଷ୍ପତ୍ତି ନେଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ଗଣମାଧ୍ୟମ ଉପରେ ରୋକ ଲଗାଇଥିଲା ଶ୍ରୀମନ୍ଦିର ପ୍ରସାଶନ । ଟେଣ୍ଡର୍‌ କରି ଗୋଟିଏ ଚ୍ୟାନେଲ୍‌କୁ ପ୍ରସାରଣ ପାଇଁ ଅଧିକାର ଦେବା ନିଷ୍ପତ୍ତିକୁ ପ୍ରଶାସନ ବଦଳାଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରଥଯାତ୍ରାର ସମସ୍ତ ପ୍ରକ୍ରିୟାକୁ ସବୁ ଗଣମାଧ୍ୟମକୁ ସିଧା ପ୍ରସାରଣ ପାଇଁ ଅଧିକାର ମିଳିବ । କିନ୍ତୁ ମନ୍ଦିର ପାଣ୍ଠିକୁ କିଛି ଆର୍ଥିକ ଅନୁଦାନ ଦେବେ । ଗତକାଲି ହସ୍ତଗତ ହୋଇଥିବା ବିଡିଂକୁ ଦେଖି ଗଣମାଧ୍ୟମକୁ ଅନୁଦାନ ଦେବାକୁ କୁହାଯିବ । ଏ ନେଇ ସବୁ ଗଣମାଧ୍ୟମର ମାଲିକମାନଙ୍କ ସହିତ ବୈଠକ କରି ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରସାଶକ ସୂଚନା ଦେଇଛନ୍ତି । ଏହା ସହିତ ଗଣମାଧ୍ୟମମାନେ ରଥଯାତ୍ରା ବେଳେ ଡାକୁଥିବା ଅତିଥିଙ୍କ ତାଲିକା ମଧ୍ୟ ଦେବେ । ଅଧିକାଂଶ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର, ଜଗନ୍ନାଥ, ରଥଯାତ୍ରା ଓ ତତ୍‌ସମ୍ବନ୍ଧୀୟ ବିଷୟରେ ଜ୍ଞାନ ନାହିଁ । ଯେଉଁଥିପାଇଁ ଭୁଲ ତଥ୍ୟ ଯାଉଥିବା ଦେଖିବାକୁ ମିଳୁଛି । ଯାହାକି ଜଗନ୍ନାଥ ପରମ୍ପରାକୁ କ୍ଷୂର୍ଣ୍ଣ କରୁଛି । ତେଣୁ ଚ୍ୟାନେଲ୍‌ ଗୁଡ଼ିକ ଯେଉଁ ବିଶେଷଜ୍ଞଙ୍କୁ ଆଲୋଚନା ପାଇଁ ଡାକିବେ ସେମାନଙ୍କର ତାଲିକା ଦେବେ ବୋଲି ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version