ରାଜ୍ୟ

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପାଇଁ ଭେଟି ଦେଲେ ୪୩୮ କୋଟି ଟଙ୍କାର ପ୍ରକଳ୍ପ

Published

on

ସମ୍ବଲପୁର ୧/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଗସ୍ତ କରି ଜିଲ୍ଲା ପାଇଁ ୪୩୮ କୋଟି ଟଙ୍କାର ଜନହିତକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି । ସେ ୧୦୦ କୋଟି ଟଙ୍କାରେ ନିର୍ମିତ ୧୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିବାବେଳେ ନେଲସନ ମାଣ୍ଡେଲା ଛକରେ ୧୧୭ କୋଟି ୭୨ ଲକ୍ଷ ଟଙ୍କାରେ ନିର୍ମିତ ମହାନଦୀ ହାଇଲେଭଲ ସେତୁର ଲୋକାର୍ପଣ କରିଛନ୍ତି । ଦେଢ଼ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଚାଉଁରପୁର, ଗୋଶାଳା ଏବଂ ଚିପିଲିମା ଅଂଚଳ ସହ ସମ୍ବଲପୁର ସହରକୁ ସିଧାସଳଖ ସଂଯୁକ୍ତ କରିଛି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ୩୩୮ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୧୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ବିଜୁ ଯୁବବାହିନୀର ଆଂଚଳିକ ସମାବେଶରେ ମଧ୍ୟ ଉଦବୋଧନ ଦେଇ ଓଡ଼ିଶାର ବିକାଶ ଲାଗି ବିଜୁବାବୁ, ଗୋପବନ୍ଧୁ ଓ ମଧୁସୂଦନଙ୍କ ଭଳି ପ୍ରବାଦ ପରୁୁଷଙ୍କ ଅବଦାନ ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ । ଏହି ସମାବେଶରେ ସେ ୫ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version