ବଲାଙ୍ଗୀର ୮/୧ : ବଲାଙ୍ଗୀର ଶୁଳିଆ ପୀଠରେ କୋ÷ଣସି ସରକାରୀ ଆଇନକାନୁନ ଓ କଟକଣା କାମ କରୁନାହିଁ । ପ୍ରଶାସନର ଚେତାବନୀ ଓ ପୋଲିସର ସବୁପ୍ରକାର କଟକଣା ଏଠାରେ ହାର ମାନୁଛି । ସବୁବର୍ଷ ପରି ଏବର୍ଷ ମଧ୍ୟ ଏହି ପୀଠରେ ଶହଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି । ପୋଲିସ ଉପସ୍ଥିତିରେ ଏହି ଧର୍ମପୀଠ ହୋଇଛି ରକ୍ତରଞ୍ଜିତ । ମାନସିକ କରିଥିବା ବ୍ୟକ୍ତିମାନେ ମଙ୍ଗଳବାର ସକାଳେ ସେଠାରେ ପୂଜାର୍ଚ୍ଚନା କରି ପଶୁପକ୍ଷୀଙ୍କୁ ବଳି ଚଢ଼ାଇଥିଲେ । ଦୂରଦୂରାନ୍ତରରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶହ ଶହ ସଂଖ୍ୟାରେ ଆସି ସେଠାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।