ଭୁବନେଶ୍ୱର: ଆଜି ବିଧାନସଭାର ବିଭାଗୀୟ ସରକାରୀ ହିସାବ କମିଟିଙ୍କର ଷଷ୍ଠ ବୈଠକ ବିରୋଧୀ ଦଳ
ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୩-୧୪ ବର୍ଷ ପାଇଁ ଦେଇଥିବା ରିପୋର୍ଟ ୨୦୧୪ର ରିପୋର୍ଟ ନଂ-୭ର ପାରା-୩.୫କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା ।
ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ନରସିଂହ ମିଶ୍ର, ଦେବୀପ୍ରସାଦ ମିଶ୍ର, ଜୟନାରାୟଣ ମିଶ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଆନନ୍ତ ନାରାୟଣ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍, ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ତଥା ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।