ଭୁବନେଶ୍ୱର ୧୮/୧୨ : ହରିଆଣାର ମାନେଶ୍ୱରରେ ଅନୁଷ୍ଠିତ ୬ ଦିନିଆ ୧୯ତମ ସର୍ବଭାରତୀୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଦଳଗତ ଭାବେ ତୃତୀୟ ସ୍ଥାନ ହାସଲ କରିଛି । ପ୍ରତିଯୋଗିତାରେ ୧୭୦୬ ପଏଂଟ ପାଇ ରାଜସ୍ଥାନ ପୋଲିସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ୧୬୭୦ ପଏଂଟ ସହ ତାମିଲନାଡ଼ୁ ଦ୍ୱିତୀୟ ସ୍ଥାନ ଓ ୧୬୬୨ ପଏଂଟ ସହ ଓଡ଼ିଶା ପୋଲିସ ତୃତୀୟ ସ୍ଥାନ ଅଧିକାର କରିଛି । ଓଡ଼ିଶା ପୋଲିସର ହାବିଲଦାର ଯୁଗରାଜ ଥାପ୍ପା ୫୦ ମିଟର କାର୍ବାଇନ୍ରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି ।