ରାଜ୍ୟ

ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ଯବାନ

Published

on

ସମ୍ବଲପୁର ୪/୬ : ସମ୍ବଲପୁର ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ ବୁଟା ସିଂହ । ଆଜି ବୁଟା ସିଂହଙ୍କ ସର୍ଭିସ୍‌ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟି ତାଙ୍କ ମୁଣ୍ଡରେ ବାଜିଛି । ଫଳରେ ଯବାନ ପ୍ରାଣ ହରାଇଛନ୍ତି । ସିଏ ଆତ୍ମହତ୍ୟା ଉଦ୍ୟମ କରି ଥାଇ ପାରନ୍ତି ବୋଲି କୁହାଯାଉଛି । ଏହା ଅଘଟଣ ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version